About

← Back

ଜୟ ଜଗନ୍ନାଥ ~

ଜଗତର ନାଥ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଉତ୍ସବ ଅବସରରେ ଦେଉଳା ରଥଯାତ୍ରା କମିଟି ଆପଣ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରୁଅଛି । ପ୍ରତିବର୍ଷ ଘୋଷଯାତ୍ରା ପରିପ୍ରେକ୍ଷୀରେ ଦେଉଳା ହାଟ ପଡ଼ିଆଠାରେ ବିଭିନ୍ନ ସୁସଜ୍ଜିତ ରଥଗୁଡିକର ସମାବେଶ ହୁଏ । ଅଗଣିତ ଶ୍ରଦ୍ଧାଳୁ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ବହୁ ଦୂରରୁ ବଡ଼ଦାଣ୍ଡକୁ ଧାଇଁ ଆସିଥାନ୍ତି । ମହାପ୍ରଭୁ ଭକ୍ତମାନଙ୍କର ଦୁଃଖ ଦୂରକରିବା ପାଇଁ , ପାପିମାନଙ୍କର ପାପନାଶନ ପାଇଁ ବରଷକ ପରେ ଶ୍ରୀମନ୍ଦିରରୁ ବାହାରି ଭକ୍ତଙ୍କୁ ଦର୍ଶନ ଦେବାପାଇଁ ନନ୍ଦିଘୋଷ ରଥ ଚଢ଼ି ଭକ୍ତଙ୍କ ମେଳରେ ସେ ଯାଆନ୍ତି ତାଙ୍କ ମାଉସୀ ଘରକୁ । ମାଉସୀ ଘରେ ନଅ ଦିନ ରହି ପୋଡ଼ପିଠା ଖାଇ ପୁଣି ବାହୁଡ଼ି ଯାଆନ୍ତି ଶ୍ରୀମନ୍ଦିରକୁ । ଏଣୁ ପ୍ରଭୁଙ୍କର ଏଇ ପବିତ୍ର ଉତ୍ସବରେ ସାମିଲ ହେବା ପାଇଁ ଆମ ଦେଉଳା ଗ୍ରାମରେ ଅନୁଷ୍ଠିତ ହେଉଥିବା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଉତ୍ସବରେ ଉପସ୍ଥିତ ହୋଇ ସାହାଯ୍ୟ ଓ ସହଯୋଗ ଦ୍ଵାରା ଅନୁଷ୍ଠାନକୁ ସାଫଲ୍ୟ ମଣ୍ଡିତ କରିବା ହେବେ ।
ଆବାହକ : ରଥଯାତ୍ରା କମିଟି, ଦେଉଳା

ଠିକଣା ~

ଦେଉଳାହାଟ ପଡ଼ିଆ, ଭୋଗରାଇ, ବାଲେଶ୍ୱର, ଓଡ଼ିଶା , ୭୫୬୦୩୬

ଉଦ୍ଦେଶ୍ୟ ~

ଏହି Website ମାଧ୍ୟମରେ ଆପଣମାନେ ଆମ ଦେଉଳା ଗ୍ରାମରେ ଅନୁଷ୍ଠିତ ହେଉଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଉତ୍ସବର ପ୍ରତ୍ୟେକ ଫଟୋ, ଭିଡିଓ ଓ ସିଧାପ୍ରସାରଣ ଦେଖିପାରିବେ। ଏଣୁ ପ୍ରଭୁଙ୍କର ଏହି ଉତ୍ସବକୁ ଆପଣଙ୍କ ପାଖକୁ ପହଞ୍ଚାଇବା ପାଇଁ ଏହା ଆମ ଦ୍ଵାରା ସମ୍ଭବ ହୋଇପାରିଥିବା ଏକ ମାଧ୍ୟମ । ଏହାକୁ ଆପଣ ବିନା ମୂଲ୍ୟରେ ବ୍ୟବହାର କରି ଆମ ଦେଉଳା ଗ୍ରାମର ରଥଯାତ୍ରା ଉତ୍ସବକୁ ଖୁବ୍ ଆନନ୍ଦର ସହିତ ଦେଖିପାରିବେ ଏବଂ ଆମ ସହିତ ଦୂରରୁ ସାମିଲ ହୋଇପାରିବେ ।